Odisha Link
Bridging the Missing Links in Odisha

ବିଶ୍ବକପ୍‌ ସମୟରେ ବେପାରୁଆ ଗାଡ଼ି ଚାଳନା କଲେ ରୋହିତ, କଟିଲା ୩ଟି ଚାଲାଣ

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ଼ ଖବର। ଅହମଦାବାଦରେ ଖେଳା ଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ ପରେ ଏକ ପବନ ହଂସ ହେଲିକପ୍ଟର ସହାୟତାରେ ମୁମ୍ବାଇ ଚାଲି ଯାଇଥିଲେ ରୋହିତ ଶର୍ମା। ମଙ୍ଗଳବାର ପୁଣିଥରେ ପୁନେରେ ଭାରତୀୟ ଟିମ୍‌ ସହିତ ଯୋଡ଼ି ହୋଇଛନ୍ତି।

ରୋହିତ ନିଜର ବିଳାସପୂର୍ଣ୍ଣ ସ୍ପୋର୍ଟସ୍‌ କାର ଯୋଗେ ମୁମ୍ବାଇରୁ ପୁନେ ଯାଇଥିଲେ। କିନ୍ତୁ ସେ ୨୦୦ରୁ ଅଧିକ ସ୍ପିଡରେ ଏକ୍ସପ୍ରେସ୍‌ ଓ୍ବରେ ଯାଉଥିବାରୁ ଚାଲାଣ କଟିଛି। ୩ଟି ଚାଲାଣ କଟିଛି। ଜି ନ୍ୟୁଜ ରିପୋର୍ଟ ମୁତାବକ, ରୋହିତ ଶର୍ମା ଲାମ୍ବୋରଗ୍ରୀନ୍‌ ଗାଡ଼ିରେ ପୁନେ ଯାତ୍ରା କରିଥିଲେ। ଟ୍ରାଫିକ୍‌ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରୋହିତ ଶର୍ମା ଟ୍ରାଫିକ୍‌ ନିୟମକୁ ପାଳନ ନକରି ବେଖାତିର ଭାବେ ଗାଡ଼ି ଚଳାଇଥିଲେ। ଯାହାଫଳରେ ଚାଲାଣ କଟିଛି ରୋହିତ ଶର୍ମାଙ୍କର।

ରୋହିତ ଶର୍ମା ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଦେଇ ନିଜର ବିଳାସପୂର୍ଣ୍ଣ କାର ଲମ୍ବୋର୍ଗିନି ଉରୁସରେ ମୁମ୍ବାଇରୁ ପୁଣେ ଯାତ୍ରା କରିଥିଲେ। ରାଜପଥରେ ଗତି ସୀମା ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିଲା, କିନ୍ତୁ ଭାରତୀୟ ଅଧିନାୟକ ଘଣ୍ଟା ପ୍ରତି୨୦୦ କିଲୋମିଟରରୁ ଅଧିକ ବେଗରେ କାର ଚଳାଇଥିଲେ। ଟ୍ରାଫିକ ଅଧିକାରୀଙ୍କ ମାଧ୍ୟମରେ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଥିଲା ଯେ ରୋହିତ ଶର୍ମା ଟ୍ରାଫିକ ନିୟମ ଭାଙ୍ଗିଛନ୍ତି।

ଦ୍ରୁତ ଗତିରେ ଏବଂ ନିୟମ ଭାଙ୍ଗିବା ହେତୁ ରୋହିତ ଶର୍ମାଙ୍କ କାରର ନମ୍ବର ପ୍ଲେଟରେ ତିନୋଟି ଅନଲାଇନ ଟ୍ରାଫିକ ଚାଲାଣ ଜାରି କରାଯାଇଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ରୋହିତ ଶର୍ମାଙ୍କ କାରର ବେଗ ମଧ୍ୟ ଘଣ୍ଟା ପ୍ରତି ୨୧୫ କିଲୋମିଟର ଥିଲା।ଅନ୍ୟପଟେ ରୋହିତଙ୍କ ଏଭଳି ଗାଡ଼ି ଚାଳନାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ବିଶ୍ବକପ୍‌ ସମୟରେ ରୋହିତଙ୍କ ବେପାରୁଆ ଗାଡ଼ି ଚାଳନାକୁ ନେଇ ଫ୍ୟାନ୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

Leave A Reply

Your email address will not be published.