Odisha Link
Bridging the Missing Links in Odisha

ଡିସେମ୍ବର ୧୫ ସୁଦ୍ଧା ସରିବ ପୁରୀ ପରିକ୍ରମା ପ୍ରକଳ୍ପ କାମ, ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେବା ପରେ ପୁରୀ ଯାଇ ପ୍ରଥମ ଥର ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ। ଆଜି ଭୋରୁ ଭୋରୁ ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ତଦାରଖ କରିଛନ୍ତି ୫-ଟି ଅଧ୍ୟକ୍ଷ। ଆଜି ଭୋର ୪ଟାରେ ପୁରୀରେ ପହଁଞ୍ଚିଥିଲେ ପାଣ୍ଡିଆନ୍। ସକାଳ ୬ଟା ପର୍ଯ୍ୟନ୍ତ ସମୀକ୍ଷା କରିଥିଲେ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ଏହା ନୂଆବର୍ଷ ରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପରିକ୍ରମା ପ୍ରକଳ୍ପ ଲାଣ୍ଡସ୍କାପଙ୍ଗି କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡିର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜଗନ୍ନାଥ ବଲ୍ଲଭ ପାର୍କିଂ କାମ ସହ ଯାତ୍ରୀଙ୍କ ପାଇଁ କରାଯାଉଥିବା ବିଭିନ୍ନ ବିକାଶ କାମର ସମୀକ୍ଷା କରିଥିଲେ ଫାଇଭ୍-ଟି ଓ ମୋ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଏହି ସମୟରେ ପୁରୀ ଜିଲ୍ଲାପାଳ, ଏସ୍ପି, ଓବିସିସି ଏମଡି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.