Odisha Link
Bridging the Missing Links in Odisha

ପୁଣି ଏକ ରେଳ ଦୁର୍ଘଟଣା: ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ ଲାଇନ୍‌ଚ୍ୟୁତ

ଓଏଲ୍ ବ୍ୟୁରୋ: ପୁଣି ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ବିଶାଖାପାଟଣା ଠାରୁ ରାୟଗଡ଼ା ଆସୁଥିବା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନର ୪ଟି ବଗି ଲାଇନଚ୍ୟୁତ୍ ହୋଇଥିବା ସୂଚନା ମିଳିଛି। ବିଶାଖାପାଟଣା ଏବଂ ବିଜୟନଗରମ ଠାରୁ ଦୁର୍ଘଟଣା ରିଲିଫ ଟ୍ରେନ୍ ଯାଇଛି। ବିଶାଖାପାଟଣା ଠାରୁ ଡିଆରଏମ୍ କାର୍ଯ୍ୟାଳୟ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି।

Leave A Reply

Your email address will not be published.