Odisha Link
Bridging the Missing Links in Odisha

ସହିଦ ଯବାନଙ୍କୁ ଝୁରୁଛି ଗାଁ ମାଟି, ଜନ୍ମମାଟିରେ ପହଞ୍ଚିଲା ପାର୍ଥିବ ଶରୀର

ଓଏଲ୍‌ ବ୍ୟୁରୋ: ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ଶୋକଭରା କୋହରେ ଭିଜିଛି ଗାଁ ମାଟି। ଛତିଶଗଡ଼ରେ ଗତକାଲି ମାଓ ଅପରେସନ ସମୟରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଆଳ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶ ସହିଦ ହୋଇଥିବା ଜଣାପଡିଛି। ଓଡ଼ିଆ ସହିଦ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ବରରେ ପହଞ୍ଚିଥିଲା। ପରେ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ନିଜ ମାଟିରେ ପହଂଚିଛି।

ସହିଦ ଯବାନ ପ୍ରକାଶଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳର ବୋଲି ଜଣାପଡିଛି। ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନରେ କାର୍ଯ୍ୟରତ ଥିଲେ ପ୍ରକାଶ। ସହିଦ ଯବାନ ପ୍ରକାଶଙ୍କ ବିୟୋଗରେ ଜନ୍ମମାଟି ଗୋପାଳପୁରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସହିଦ ଯବାନଙ୍କୁ ହରାଇ ଲୁହରେ ଭିଯୁଛି ଗାଁ ମାଟି। ସହିଦ ଯବାନ ପ୍ରକାଶ ଚନ୍ଦ୍ର ଶିଆଳ ଅମର ରହେ ଧ୍ୱନିରେ ଗୋପାଳପୁର ପ୍ରକମ୍ପିତ ହେଉଛି।