Odisha Link
Bridging the Missing Links in Odisha

ହାଇକୋର୍ଟଙ୍କ ନିଷ୍ପତି: ଅପରାଧିକ ମାମଲା ବିଚାରାଧୀନ ଥିଲେ ହୋଇପାରିବ ପଦୋନ୍ନତି

ଓଏଲ୍‌ ବ୍ୟୁରୋ: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅପରାଧିକ ମାମଲା ଥିଲେ ବି କୌଣସି ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ସମସ୍ୟା ଉପୁଜିବ ନାହିଁ। ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଯଦି ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲାର ବିଚାରାଧୀନ ଥାଏ, ତେବେ ତାଙ୍କୁ ପଦୋନ୍ନତି ପ୍ରଦାନ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି।

ସୂଚନା ଅନୁସାରେ, ଆବେଦନକାରୀଙ୍କ ବିରୋଧରେ ୨୦୦୮ ମସହାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ତେବେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା ବେଳେ ତାଙ୍କୁ ଓଏଏସ୍ (ଏସଏଜି) ଓ ଓଏଏସ୍ (ସ୍ପେଶାଲ ସେକ୍ରେଟାରି) କ୍ୟାଡରକୁ ପଦୋନ୍ନତି ପ୍ରଦାନ କରାଯିବ ବୋଲି ହାଇକୋର୍ଟ ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ନିର୍ଦେଶ ଦେଇଥିବା ସୂଚନା ରହିଛି।

ଆବେଦନକାରୀଙ୍କ ଠାରୁ କନିଷ୍ଠ ଅଧିକାରୀଙ୍କ ପଦୋନ୍ନତି ତାରିଖ ଠାରୁ ତାଙ୍କୁ ପଦୋନ୍ନତି ସହିତ ଅନ୍ୟାନ୍ୟ ସୁବିଧା ସର୍ତ୍ତମୂଳକ ଭାବେ ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି। ସେହିପରି ଯଦି ଅପରାଧିକ ମାମଲାରେ ଆବେଦନକାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ତାଙ୍କ ବରିଷ୍ଠତାର ପୂର୍ବସ୍ଥିତିକୁ ଫେରାଇ ନିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ, ଡକ୍ଟର ଅଜୟ କୁମାର ନାୟକଙ୍କ ଆବେଦନର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ତେବେ ପୂର୍ବରୁ ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଏକ ପ୍ରକାର ନିଷ୍କର୍ସ ବାହାରିଛି।

Leave A Reply

Your email address will not be published.