Odisha Link
Bridging the Missing Links in Odisha

ରାଜ୍ୟରେ ବଢୁଛି ଶୀତର ପ୍ରକୋପ; ଜି. ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅସହ୍ୟ ତାତି ପରେ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ ହୋଇଛି। ୯ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ହୋଇଛି।

ସେହିଭଳି କୋରାପୁଟରେ ୧୧.୫, ଫୁଲବାଣୀରେ ୧୨, ଦାରିଙ୍ଗବାଡିରେ ୧୨.୫ ଡିଗ୍ରୀ, ଅନୁଗୁଳରେ ୧୪.୬, କେନ୍ଦୁଝରରେ ୧୪.୮ ଓ ଭବାନୀପାଟଣାରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କଟକରେ ତାପମାତ୍ରା ୧୯ ଡିଗ୍ରୀ ଓ ଭୁବନେଶ୍ୱର ୧୮.୫ ଡିଗ୍ରୀ ରେକର୍ଡ କରାଯାଇଛି।