ଭୁବନେଶ୍ୱରରେ ହେବ ଏଆଇଏଫ୍ଏଫ୍-ଫିଫା ଏକାଡେମୀ, ସୂଚନା ଦେଲେ କ୍ରୀଡ଼ା ସଚିବ
ଓଏଲ୍ ବ୍ୟୁରୋ: ଭୁବନେଶ୍ୱରରେ ଏଆଇଏଫ୍ଏଫ୍-ଫିଫା ଏକାଡେମୀ ହେବ। ଫିଫା ପ୍ରତିଭା ଯୋଜନାରେ ଏହା କାର୍ଯ୍ୟକାରୀ ହେବ। ଭୁବନେଶ୍ୱରକୁ ଭେନ୍ୟୁ ଭାବେ ବଛାଯାଇଛି ବୋଲି କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ସୂଚନା ଦେଇଛନ୍ତି। ଫୁଟବଲ ବିକାଶରେ ସମସ୍ତ ସୁବିଧା ସୁଯୋଗ ଯୋଗଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପଟେ, ଟେବୁଲ ଟେନିସକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟସରକାର ଭିତିଭୂମିର ବିକାଶ କରିଛନ୍ତି। ତେବେ ରାଜଧାନୀ ଭୁବନେଶ୍ବରରେ ଓଡ଼ିଶା ଟେବୁଲ ଟେନିସ ଏକାଡେମୀର ଉଦଘାଟନ କରାଯାଇଛି। ଉଦ୍ଘାଟନୀ ପୂର୍ବରୁ ଏହାର ସମୀକ୍ଷା କରିଥିଲେ ସଚିବ ଭିନିଲ କ୍ରିଷ୍ଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ଇନଡୋର୍ ଷ୍ଟାଡିୟମର ଉଦଘାଟନ କରିଛନ୍ତି। ଏହା ପୂର୍ବରୁ ସଚିବ ଭିନିଲ କ୍ରିଷ୍ଣା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।