Odisha Link
Bridging the Missing Links in Odisha

କୋଶଳ ପ୍ରସଙ୍ଗ: ମୁହଁ ଖୋଲିଲେ ବିଜେଡି ବିଧାୟକ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଏହାରି ମଧ୍ୟରରେ ବିଭିନ୍ନ ଗୋଷ୍ଠୀ ନିଜର ପ୍ରସଙ୍ଗ ଧରି ଗର୍ଜିବାରେ ଲାଗିଛନ୍ତି। ତେବେ କିଛି ଦିନ ହେବ ପୂର୍ବ ପଶ୍ଚିମ ଭାଗ କରିବା କଥା ସାମ୍ନାକୁ ଆସିଛି। ତେବେ ଏହି କୋଶଳ ପ୍ରସଙ୍ଗରେ ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି, ନିର୍ବାଚନ ଆସିଲେ ଏକଥା ଉଠେ, ଏହା ନୂଆ ନୁହେଁ।

ଦାବି କରିବା ଅଧିକାର ସମସ୍ତଙ୍କର ଅଛି, ଆଜି କରିବାର ମାନେ କ’ଣ? ସମୟ ଥିଲା ଭାଗ ହେବାର ଦାବି ଉଠୁଥିଲା, ଦରକାର ବି ଥିଲା। ଆଜି ଚିତ୍ର ବଦଳିଛି, ଆମ ସରକାର ପଶ୍ଚିମ ଓଡ଼ିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। କଳାକାରଙ୍କ ବିବାଦକୁ ନେଇ ପୂର୍ବ ପଶ୍ଚିମ ଭାଗ ଚିନ୍ତା କରିବା ଠିକ୍‌ ନୁହେଁ। ନିର୍ବାଚନ ଆସିଲେ ଏକଥା ଉଠେ, ଏହା ନୂଆ କଥା ନୁହେଁ ବୋଲି ଲୋକ ସବୁ ବୁଝିଲେଣି ବୋଲି ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି।

Leave A Reply

Your email address will not be published.