Odisha Link
Bridging the Missing Links in Odisha

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆସନ୍ତାକାଲିଠୁ ମରାମତି ହେବ ଶ୍ରୀମନ୍ଦିର ନାଟମଣ୍ଡପ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ନାଟମଣ୍ଡପ ମରାମତି ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ମରାମତି ଲାଗି ସମସ୍ତ ସହଯୋଗ ମନ୍ଦିର ପ୍ରଶାସନ ଯୋଗାଇବ। ଆମିକସ୍‌ କ୍ୟୁରି ମରାମତି କାମର ଅନୁଧ୍ୟାନ କରିବେ। ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ଆମିକସ୍‌ କ୍ୟୁରି ରିପୋର୍ଟ ଦେବେ। ଡିସେମ୍ବର ୪ ତାରିଖରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି କରାଯିବ।

ସୂଚନା ଅନୁସାରେ, ପୂର୍ବରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲାକୁ ନେଇ ଶୁଣାଣି କରାଯାଇଥିଲା। ଆଇଆଇଟି ମାଡ୍ରାସରୁ ନାଟମଣ୍ଡପ ବିମ୍‌ ଡିଜାଇନ ମଗାଯାଇଛି ବୋଲି ଏଏସ୍‌ଆଇ କହିଥିଲେ। ଏନେଇ ଏଏସ୍‌ଆଇ କର୍ତ୍ତୃ୍ପକ୍ଷ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ତେବେ ଏହା ପରେ ଅକ୍ଟୋବର ୧୫ ସୁଦ୍ଧା ଡିଜାଇନ ଚୂଡାନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.