Odisha Link
Bridging the Missing Links in Odisha

୫-ଟି ପରେ ୫-ସି

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶିକ୍ଷା କ୍ଷେତ୍ରର ହେବ ବିକାଶ। କାରଣ ୫-ଟି ପରେ ଏବେ ଲାଗୁ ହେବାକୁ ଯାଉଛି ୫-ସି। ଏହା ଏକ ଯୋଜନା ନୁହେଁ ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ। ୫-ସି କୌଣସି ନୂଆ ଯୋଜନା ନୁହେଁ ଏହା ଏକ ନୂତନ ଚିନ୍ତାଧାରା। ୫-ସିର ଅର୍ଥ ହେଉଛି କମ୍ୟୁନିଟି, କନେକ୍ଟ, କୋଲାବରେସନ, କ୍ରିଏଟ ଓ କୋପରେସନ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଏସ୍‌ ଅଶ୍ବଥି।

ବର୍ତ୍ତାମନ ୫-ସି ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରଯାଇପାରିବ। ଏବେ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟ ୫-ସି ଅଧିନରେ କାମ ଚାଲୁଛି। ବୋଲି ସଚିବ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ମୋ ସ୍କୁଲର ଏକ ଅଂଶ ହେଉଛି ୫-ସି। ଆସନ୍ତାବର୍ଷକୁ ଏହାକୁ ଅଧିକ ବ୍ୟାପକ କରାଯିବା ସହ ସମସ୍ତଙ୍କୁ ଜଣାଇ ଦିଆଯିବ ସୂଚନା ଦେଇ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ। ୫-ସିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ନବୀନ ଓଡ଼ିଶାରେ ବହୁତ କିଛି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। କେବଳ ସମୟକୁ ଅପେକ୍ଷା ରହିଛି।

ସୂଚନାଥାଉକି, ୨୦୧୯ ପରଠୁ ୫-ଟି ମାଧ୍ୟମରେ ଅନେକ ଯୋଜନା ରାଜ୍ୟ ସରକାର କରିଛନ୍ତି। ୫-ଟି ହେଉଛି ଟିମଓ୍ବାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟାଇମ୍, ଟ୍ରାନ୍ସଫରମେସନ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ବର୍ତ୍ତମାନ ୫-ଟି ମଧ୍ୟରେ କାର୍ଯ୍ୟ କରୁଛନ୍ତି। ଆମ ହସ୍ପିଟାଲ, ସ୍କୁଲ ରୂପାନ୍ତକରଣ ଓ ମୋ ସ୍କୁଲ ଭଳି ବିଭିନ୍ନ ଯୋଜନା ୫-ଟି କରୁଛି।

Leave A Reply

Your email address will not be published.