Odisha Link
Bridging the Missing Links in Odisha

ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ: ସମସ୍ତ ଦଳକୁ ବଡ଼ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ନିର୍ବାଚନ କମିଶନ ବଡ଼ ନିର୍ଦେଶ ଦେଇଛନ୍ତି।ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ରିପୋର୍ଟ ଦାଖଲ ଲାଗି ନିର୍ବାଚନ କମିଶନ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ଣ ୫ଟା ସୁଦ୍ଧା ମିଳିଥିବା ସବିଶେଷ ଅନୁଦାନର ତଥ୍ୟ ଲଫାଫାରେ ଦାଖଲ କରିବା ଲାଗି ନିର୍ବାଚନ କମିଶନ ସମସ୍ତ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ କେତେ ଅନୁଦାନ ପାଇଛନ୍ତି ତାର ବିବରଣୀ ଦାଖଲ ଲାଗି କମିଶନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୫ ତାରିଖ ସୁଦ୍ଧା ତଥ୍ୟ ଦାଖଲ ଲାଗି ସମସ୍ତ ରାଜନୈତିକ ଦଳକୁ ଗତ ନଭେମ୍ବର ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କମିଶନ। ଏହା ସହ କେଉଁ ଉତ୍ସରୁ ବଣ୍ଡ ଉପଲବ୍ଧ ହୋଇଛି ବା ବଣ୍ଡର ଦାତା କିଏ ତାହା ମଧ୍ୟ ଉଲ୍ଲେଖ କରିବା ଲାଗି କମିଶନ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.