Odisha Link
Bridging the Missing Links in Odisha

ନିଲମ୍ବନ ପରେ ବି କଂଗ୍ରେସରୁ ଲଢ଼ିବେ ମୋକିମ୍

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ମହମ୍ମଦ ମୋକିମ୍ କଂଗ୍ରେସରୁ ଲଢ଼ିବେ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି। ମୋକିମଙ୍କ ଉପରୁ ନିଲମ୍ବନ ଆଦେଶ କାହିଁକି ହଟୁନି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁର ରାଉତରାୟ କହିଛନ୍ତି, ମହମ୍ମଦ ମୋକିମ୍ କଂଗ୍ରେସରୁ ଲଢ଼ିବେ।

ଏଆଇସିସି ସଭାପତି, ପ୍ରଭାରୀ, ପିସିସି ସଭାପତିଙ୍କ ସହ କଥା ହୋଇଛି। ମୋକିମ କେବଳ କଂଗ୍ରେସର ନୁହେଁ, ପୂରା ରାଜ୍ୟର ସଂପତ୍ତି। ସେ କଂଗ୍ରେସରୁ ହିଁ ଠିଆ ହେବେ। ୧୦-୧୫ ଦିନରେ ନିଲମ୍ବନ ହଟିଯିବ ବୋଲି ସୁର ରାଉତରାୟ କହିଛନ୍ତି। ତେବେ ସୁରଙ୍କ ମନ୍ତବ୍ୟ ନେଇ ମୋକିମଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।