Odisha Link
Bridging the Missing Links in Odisha

ନାଟମଣ୍ଡପ ମରାମତି ନିର୍ଦ୍ଦେଶ: ଅପରାହ୍ନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ ଦିଆଯାଇଥିବାବେଳେ ନାଟମଣ୍ଡପ ମରାମତି ପାଇଁ ଏସ୍‌ଓପି ପ୍ରସ୍ତୁତ ହେବ। ଏନେଇ ଆଜି ଅପରାହ୍ନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଶ୍ରୀମନ୍ଦିର ପ୍ରଶାସନ, ଏଏସ୍ଆଇ ଓ ସେବାୟତଙ୍କୁ ନେଇ ବୈଠକ ବସିବ। କେତେବେଳେ ମରାମତି କାର୍ଯ୍ୟ ହେବ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। କେତେବେଳେ କାମ ହେବ, ସ୍ଥିର କରାଯିବ, ସ୍ୱତନ୍ତ୍ର ବାରିକେଡ୍ ହେବ। ଭାରା ଓ ମଞ୍ଚା ବନ୍ଧାଯିବା ପରେ ମରାମତି କାମ ଆରମ୍ଭ ହେବ। ମରାମତି ପ୍ରକ୍ରିୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି।

ସୂଚନା ଅନୁସାରେ, ନାଟମଣ୍ଡପ ମରାମତି ଲାଗି ଆଜି ଆରମ୍ଭ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାଟମଣ୍ଡପ ମରାମତି ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ମରାମତି ଲାଗି ସମସ୍ତ ସହଯୋଗ ମନ୍ଦିର ପ୍ରଶାସନ ଯୋଗାଇବ। ଆମିକସ୍‌ କ୍ୟୁରି ମରାମତି କାମର ଅନୁଧ୍ୟାନ କରିବେ। ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ଆମିକସ୍‌ କ୍ୟୁରି ରିପୋର୍ଟ ଦେବେ। ଡିସେମ୍ବର ୪ ତାରିଖରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି କରାଯିବ।