Odisha Link
Bridging the Missing Links in Odisha

ରବିବାର ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା: ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କ ମନ ମୋହିବ ଏୟାର ସୋ’

ଓଏଲ୍‌ ବ୍ୟୁରୋ: କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା। କାରଣ ଆସନ୍ତା ୧୯ରେ ହେବାକୁ ଯାଉଛି ମହାମୁକାବିଲା। ୨୦୨୩ ଦିନିକିଆ ବିଶ୍ବକପ୍‌ର ଫାଇନାଲ ମ୍ୟାଚରେ ଭାରତକୁ ଭେଟିବ ଅଷ୍ଟ୍ରେଲିଆ। ୨୦୨୩ ଦିନିକିଆ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଭାରତ ଦମଦାର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିବାବେଳେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି।

ଆସନ୍ତା ୧୯ ତାରିଖ ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏୟାର ସୋ’ କରିବେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳା ହେବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ସୋ’ କରି ଦର୍ଶକଙ୍କ ମନୋରଞ୍ଜନ କରିବେ। ଏଥିପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଅଭ୍ୟାସ କରାଯିବ। ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ୯ଟି ଏୟାରକ୍ରାଫ୍ଟ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି। ତେବେ ମ୍ୟାଚ ଆରମ୍ଭ ପୂର୍ବରୁ ଦର୍ଶକଙ୍କ ମନ ମୋହିବା ପାଇଁ ଏୟାର ସୋ’ ବ୍ୟବସ୍ତା କରାଯାଇଛି।

Leave A Reply

Your email address will not be published.