Odisha Link
Bridging the Missing Links in Odisha

ପଞ୍ଚମ ଦିନରେ କର୍ପୋରେଟରଙ୍କ ଧାରଣା; ପରସ୍ପରକୁ ଝାଡ଼ିଲେ ମେୟର ଓ ବିଧାୟକ

ଓଏଲ୍‌ ବ୍ୟୁରୋ: ହାଡ଼ିଆ ପଠା ଜମି ଜାଲିଆତି ପ୍ରସଙ୍ଗକୁ ନେଇ ତୀବ୍ର ହୋଇଛି ଆନ୍ଦୋଳନ। କର୍ପୋରେଟରଙ୍କ ଧାରଣା ପଞ୍ଚମ ଦିନରେ ପହଂଚିଛି। କଟକ ମୁନିସିପାଲିଟି କର୍ପୋରେସନର ସମସ୍ତ ପ୍ରବେଶ ପଥ ଅବରୋଧ କରି ଧାରଣାରେ କଂଗ୍ରେସ ଓ ବିଜେପି କର୍ପୋରେଟର ବସିଛନ୍ତି। ମେୟର ଓ କମିଶନର ବୈଠକ ଛାଡ଼ି ଚାଲିଯିବାରୁ ବିରୋଧ କରିଛନ୍ତି। କାଉନ୍‌ସିଲ ବୈଠକରେ ହୋହାଲ୍ଲା ପରେ ଧାରଣାରେ ବସିଛନ୍ତି। ଧାରଣାରେ ଥିବା ଜଣେ କର୍ପୋରେଟର ଦେହ ଅସୁସ୍ଥ ହୋଇଥିବା ଜଣା ପଡିଛି।

ସିଏମସି କାର୍ଯ୍ୟାଳୟ ଭିତରେ ବିରୋଧୀ କର୍ପୋରେଟରଙ୍କ ଧାରଣା ଜାରି ରହିଥିବା ବେଳେ ଏହି ମାମଲାରେ ପୂର୍ବରୁ ସୁବାସ ସିଂ ମୁହଁ ଖୋଲିଥିଲେ। ସେ କହିଥିଲେ ବିଧାୟକ କଟକର କଳଙ୍କ। ବିଧାୟକ ଭ୍ରଷ୍ଟାଚାରର ପାହାଡ଼ ଉପରେ ବସିଛନ୍ତି। ତାଙ୍କୁ କୋର୍ଟ କେତେଥର ଭର୍ତ୍ସନା କଲେଣି, କଟକ ପାଇଁ କଳଙ୍କ ସେ। ଦୁର୍ଭାଗ୍ୟବଶତଃ ସାମ୍ବିଧାନିକ ବ୍ୟବସ୍ଥାରେ ସେ ଆମ ବିଧାୟକ ବୋଲି କହି ସୁବାସ ସିଂ ମୋକିମଙ୍କ ଟାର୍ଗେଟ କରିଛନ୍ତି।

ସୂଚନା ଅନୁସାରେ, ପୂର୍ବତନ କମିସନର ଅନନ୍ୟା ଦାସଙ୍କର ଜାଲ ହସ୍ତଖତ ଓ ଷ୍ଟାମ୍ପ ବ୍ୟବହାର କରି ଜମି ବେଆଇନ ଭାବେ ଜମି ହାତେଇଥିବା ଅଭିଯୋଗ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଏନେଇ କାଉନସିଲ ବୈଠକରେ କଂଗ୍ରେସ-ବିଜେପି କର୍ପୋରେଟର ମହାନଗର ନିଗମ କମିଶନରଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ କମିଶନର କୌଣସି ଉତର ନ ରଖି ଚାଲିଯାଇଥିବାରୁ ଅସନ୍ତୋଷ ପ୍ରକାଶ କରି ବିରୋଧୀ କର୍ପୋରେଟର ଧାରଣା ଦେଇଛନ୍ତି।

Leave A Reply

Your email address will not be published.