Odisha Link
Bridging the Missing Links in Odisha

ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ; ଭିଜିଲାନ୍ସ ଭୟରେ ହୋଇଥିଲେ ଫେରାର!

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଆରଡବ୍ଲୁଏସର କନିଷ୍ଠ ଯନ୍ତ୍ରୀ। କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍‌ ହୋଇଛି। ଭୁବନେଶ୍ୱର ଓ ଗଞ୍ଜାମର ୫ଟି ସ୍ଥାନରେ ରେଡ୍‌ ଚାଲିଛି।

ତେବେ ଭିଜିଲାନ୍ସ ରେଡ୍‌ ବେଳେ ଘର ଛାତ ଡେଇଁ କନିଷ୍ଠ ଯନ୍ତ୍ରୀ ଚମ୍ପଟ୍‌ ମାରିଥିବା ଖବର ସାମ୍ନାକୁ ଆସିଥିଲା। ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଫେରାର ହୋଇଥିଲେ। କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀ ଘର ଛାତକୁ ଯାଇ ପଡ଼ିଶା ଛାତକୁ ଡେଇଁ ଚମ୍ପଟ୍‌ ମାରିଥିବା ଭିଜିଲାନ୍ସ ସ୍ପଷ୍ଟ କରିଥିବାବେଳ ଏବେ ଧରାପଡିଥିବା ଜଣା ପଡିଛି।