Odisha Link
Bridging the Missing Links in Odisha

କଲବଲ କରୁଛି ଶୀତ; ଜନଜୀବନ ଅସ୍ତବ୍ୟସ୍ତ

ଓଏଲ୍‌ ବ୍ୟୁରୋ: ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ଶୀତ ଲହରୀ ପାଇଁ ସଚେତନତା କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଚେତନ କରାଇଛନ୍ତି।

ବୟସ୍କ ଓ ଛୋଟ ପିଲାଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ। ଜରୁରୀ କାମରେ ବାହାରକୁ ଗଲେ ଶୀତ ବସ୍ତ୍ର ପରିଧାନ କରନ୍ତୁ। ଶୀତ ଲହରୀ ସମୟରେ ଯଥାସମ୍ଭବ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବଢୁଥିବା ଶୀତର ପରିମାଣକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଛି। ଏହା ସହ ଶୀତର ପରିମାଣ ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.