Odisha Link
Bridging the Missing Links in Odisha

ଆଜି ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ; ଆରମ୍ଭ ହେବ ଭଜନ ରାଜ୍

ଓଏଲ୍‌ ବ୍ୟୁରୋ: ନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜସ୍ଥାନରେ ରାଜ କରିବାକୁ ଯାଉଛନ୍ତି ଭଜନଲାଲ ଶର୍ମା। ରାଜନୈତିକ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜସ୍ଥାନକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ବହୁ ଦାବିଦାରଙ୍କୁ ପଛରେ ପକାଇ ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକ ପରେ ଭଜନଲାଲଙ୍କ ନାମ ଘୋଷଣା କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଦଳର ଅନ୍ୟ ବରିଷ୍ଠ ନେତୃତ୍ବଙ୍କ ଉପସ୍ଥିତିରେ ଭଜନଲାଲଙ୍କ ନାମ ଘୋଷଣା କରାଯାଇଥିଲା।

ଆଜିଠୁ ରାଜସ୍ଥାନରେ ଆରମ୍ଭ ହେବ ଭଜନ ରାଜ୍। ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ଉପମୁଖ୍ୟମନ୍ତ୍ରୀ ପାଇଁ ରାଜସ୍ଥାନରେ ଲାଗୁ ହୋଇଛି ଛତିଶଗଡ଼ ଓ ମଧ୍ୟପ୍ରଦେଶ ଫର୍ମୁଲା।ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭଜନଲାଲ୍‌ ଶର୍ମା ଏବଂ ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଜୟପୁରରେ ରାଜ୍ୟପାଳ ଶପଥ ପାଠ କରାଇବେ। ପ୍ରଧାନମନ୍ତ୍ରୀ ମୋଦି ଶପଥ ସମାରୋହରେ ଯୋଗଦେବେ।

ସୂଚନା ଅନୁସାରେ, ଭଜନଲାଲ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି। ସାଙ୍ଗୋନର ବିଧାନସଭା ଆସନରୁ ସେ ବିଜୟୀ ହୋଇଛନ୍ତି। ଏହାପୂର୍ବରୁ ୪ଥର ରାଜସ୍ଥାନ ପ୍ରଦେଶର ବିଜେପି ମହାମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ ଏବଂ ଆରଏସ୍‌ଏସ୍‌ ଓ ଏବିଭିପି ସହିତ ଜଡ଼ିତ ଅଛନ୍ତି। ବିଧାୟକ ଦଳ ବୈଠକରେ ଭଜନଲାଲ ଶର୍ମାଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା। ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତି ଓ ଉପସ୍ଥିତ ଥିବା ସମସ୍ତ ବିଜେପି ବିଧାୟକଙ୍କ ସାମ୍ନାରେ ଭଜନଲାଲଙ୍କ ନାମ ଘୋଷଣା କରାଯାଇଥିଲା। ସେହିପରି ଭଜନଲାଲଙ୍କ ଟିମ୍‌ରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ଡା ପ୍ରେମଚାନ୍ଦ ବୈରବା ଓ ଦିୟା କୁମାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇବେ।

Leave A Reply

Your email address will not be published.