Odisha Link
Bridging the Missing Links in Odisha

ଚୀନରେ ବଡ଼ଧରଣର ଭୂକମ୍ପ; ଗଲାଣି ୧୧୧ ଜୀବନ

ଓଏଲ୍‌ ବ୍ୟୁରୋ: ସୋମବାର ବିଳମ୍ବିତ ରାତିରେ ଚୀନରେ ବଡ଼ ଧରଣର ଭୂକମ୍ପ। ଯାହାଫଳରେ ଏପର୍ଯ୍ୟନ୍ତ ୧୧୧ ଛୁଇଁଲାଣି ମୃତ୍ୟୁ ସଂଖ୍ୟା। ଏପରିକି ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବ ବୋଲି ଆଶଙ୍କା କରାଯାଉଛି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି। ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଥିଲା। ରେକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୨ ରହିଛି।

ଚୀନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୀନର ଗାଂସୁ ଏବଂ କିଂଘଇ ପ୍ରାନ୍ତରେ ୬.୨ ତୀବ୍ରତାର ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଲାଣି। ଶତାଧିକ ଲୋକ ଆହତ ହୋଇଛନ୍ତି। ଏହି ଅଞ୍ଚଳରେ ଉଦ୍ଧାର କାମ ଜୋରଦାର ଚାଲିଛି । ତେବେ ଅନ୍ଧାର ଯୋଗୁ ଉଦ୍ଧାର କାମରେ ସମସ୍ୟା ହେଉଥିଲା। ସକାଳୁ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ରିପୋର୍ଟ ଅନୁସାରେ, ଭୂକମ୍ପର କେନ୍ଦ୍ର ବିନ୍ଦୁ ୩୫.୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୦୨.୭୯ ଡିଗ୍ରୀ ପୂର୍ବରେ ୧୦ କିମି ଗଭୀରତାରେ ରହିଛି । ସୋମବାର ପାକିସ୍ତାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୫.୮ ଥିବା ଜଣାଯାଇଛି।

Leave A Reply

Your email address will not be published.