Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ; ଦିଲ୍ଲୀକୁ ଟପିଗଲା ଓଡ଼ିଶା

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ଲଗାତାର ଭାବେ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଛି। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଥିବାବେଳେ ଓଡିଶାର କିଛି ସ୍ଥାନର ବାୟୁ ପ୍ରଦୂଷଣ ଅସ୍ତବ୍ୟସ୍ତ କରିଦେଇଛି। ବାୟୁ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା। ଭୁବନେଶ୍ୱର, କଟକ,ବାରିପଦା, ବାଲେଶ୍ୱର, କେନ୍ଦୁଝର, ରାଇରଙ୍ଗପୁର ଭଳି ସ୍ଥାନରେ ୟାର କ୍ବାଲିଟି ଇଣ୍ଡେକ୍ସ ୩ ଶହ ପାର କରିଛି।

ଅନ୍ୟପଟେ, ପୂର୍ବରୁ ବିଷାକ୍ତ ବାୟୁରେ ଦିଲ୍ଲୀବାସୀ ଅସ୍ତବ୍ୟସ୍ତ ହୋଇପଡିଥିଲେ। କିଛି ସ୍ଥାନରେ ୯ ଶହ ଟପିଥିଲା ଏୟାର କ୍ବାଲିଟି ଇଣ୍ଡେକ୍ସ। ଜବାହରଲାଲ ନେହରୁ ଷ୍ଟାଡିୟମରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୯୧୦ ଥିବା ସୂଚନା ରହିଥିବାବେଳେ ଲାଜପତ ନଗରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୯୫୯, କାରୋଲବାଗ୍‌ରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୭୭୯, ଏନସିଆର ଅଧିକାଂଶ ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ପ୍ରାୟ ୩୦୦ ରହିଥିବା ସୂଚନା ରହିଥିଲା।