Odisha Link
Bridging the Missing Links in Odisha

ପୁଣି ଚାଲିବ କୁକୁର ବନ୍ଧ୍ୟାକରଣ; ବିଏମସିର ଆଦେବନକୁ ଯଥାର୍ଥ କହିଲେ ହାଇକୋର୍ଟ

ଓଏଲ୍‌ ବ୍ୟୁରୋ: କିଛି ମାସର ବିରତି ପରେ ଭୁବନେଶ୍ୱର ମହାନଗରରେ ପୁଣି ଚାଲିବ କୁକୁର ବନ୍ଧ୍ୟାକରଣ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବିଏମସି ପକ୍ଷରୁ ଆରମ୍ଭ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଡଗ୍ କେନେଲ୍‌ରେ ବନ୍ଧ୍ୟାକରଣ କରାଯିବ। ହାଇକୋର୍ଟଙ୍କ ରହିତାଦେଶ ପରେ ଜୁଲାଇ ୬ରୁ ବନ୍ଧ୍ୟାକରଣ ବନ୍ଦ ଥିଲା। ତେବେ ବର୍ତ୍ତମାନ ପୁଣି ଥରେ ବନ୍ଧ୍ୟାକରଣ କରାଯିବ। ବୁଲା କୁକୁରଙ୍କ ଉତ୍ପାତ ନେଇ ସାଧାରଣରେ ଅନେକ ଅଭିଯୋଗ ଆସିବା ପରେ ବିଏମସି ରହିତାଦେଶ ଉଠାଇବା ନେଇ ହାଇକୋର୍ଟରେ ଆବେଦନ କରିଥିଲା, ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି।

Leave A Reply

Your email address will not be published.