Odisha Link
Bridging the Missing Links in Odisha

ଆଜିଠୁ ବରଗଡ଼ ଧନୁଯାତ୍ରା; ଦୁଲୁକିବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ

ଓଏଲ୍‌ ବ୍ୟୁରୋ: ଆଜିଠାରୁ କମ୍ପିବ ବରଗଡ଼। ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ସନ୍ଧ୍ୟାରେ ବରଗଡ଼ରେ ୭୬ତମ ଧନୁଯାତ୍ରା ଉଦ୍ଘାଟନ ହେବ। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। କଂସଙ୍କ ଶାସନରେ ଦୁଲୁକିବ ରଙ୍ଗମଞ୍ଚ। ୧୧ ଦିନ ଧିର ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ।

ସୂଚନା ଅନୁସାରେ, ପୂର୍ବ ବର୍ଷ ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ଉପଲକ୍ଷେ ଧୁମଧାମରେ ପାଳନ ହେଉଥିଲା। ୧୧ଦିନ ଧନୁଯାତ୍ରା ହେବାକୁ ଥିବାବେଳେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ହୋଇଥିଲା। କରୋନା ମହାମାରୀ କାରଣରୁ ୨ବର୍ଷ ବନ୍ଦ ଥିଲା ଧନୁଯାତ୍ରା। ତେବେ ପୂର୍ବ ବର୍ଷ ଧନୁଯାତ୍ରା ଆରମ୍ଭ ହୋଇଯାଇଥିଲା।