ପୁଲିସ ଟ୍ରେନିଂ ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ୨୦୦ କାର୍

ଓଏଲ୍ ବ୍ୟୁରୋ: ଦିଲ୍ଲୀ ୱଜିରାବାଦ ପୁଲିସ ଟ୍ରେନିଂ ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ନିଆଁ ଲାଗି ୨୦୦ କାର ସହ ୨୫୦ରୁ ଅଧିକ ବାଇକ୍ ଜଳିଯାଇଛି। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ କେହି ମୃତାହତ ହୋଇନାହାନ୍ତି।