Odisha Link
Bridging the Missing Links in Odisha

ପୁଣି ଚର୍ଚ୍ଚାକୁ ଆସିଲା ଜ୍ଞାନବ୍ୟାପି ମସଜିଦ ମାମଲା: କୋର୍ଟ ଶୁଣାଇଲେ ବଡ଼ ରାୟ

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଲା ଜ୍ଞାନବ୍ୟାପି ମସଜିଦ ମାମଲା। ଜ୍ଞାନବ୍ୟାପୀ ମାମଲାରେ ବାରଣାସୀ ଜିଲ୍ଲା କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ହିନ୍ଦୁ ପକ୍ଷଙ୍କୁ ପୂଜା ପାଇଁ କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଛି। ୭ ଦିନ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। କାଶୀ ବିଶ୍ୱନାଥ ଟ୍ରଷ୍ଟ ବୋର୍ଡର ଜଣେ ପୂଜକଙ୍କ ଦ୍ୱାରା ପୂଜା ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁସାରେ, ଜ୍ଞାନବ୍ୟାପି ମସଜିଦ ଏଏସ୍‌ଆଇ ସର୍ଭେ ନେଇ ନିର୍ଦ୍ଦେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଥିଲେ। ଏଏସଆଇକୁ ତୁରନ୍ତ କାମ ବନ୍ଦ କରବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଥିଲେ। ଏହି ସମୟ ମଧ୍ୟରେ ମୁସଲିମ ପକ୍ଷଙ୍କୁ ଆବେଦନ ପାଇଁ ପରାମର୍ଶ ଦିଆଯାଇଥିଲା। ଅଦାଲତ ମୁସଲିମ ପକ୍ଷର ପିଟିସନ ଖାରଜ କରିଥିଲେ।

Leave A Reply

Your email address will not be published.