Odisha Link
Bridging the Missing Links in Odisha

ବିକାଶର ୪ଟି ସ୍ତମ୍ଭ ବିଷୟରେ ସମ୍ୟକ ସୂଚନା ଦେଲେ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିଛନ୍ତି। ନୂଆ ସଂସଦ ଭବନରେ ମୋର ପ୍ରଥମ ଅଭିଭାଷଣ। ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ। ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି। ଏହା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍କଳମଣିଙ୍କ କଥା କହିଛନ୍ତି। ମିଶୁ ମୋର ଦେହ ଏ ଦେଶ ମାଟିରେ, ଉତ୍କଳମଣିଙ୍କ କଥା କହିଛନ୍ତି।

ଏହା ସହ ୭୦ ହଜାରରୁ ଊର୍ଦ୍ଧ୍ୱ ଅମୃତ ସରୋବର ହୋଇଛି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଘୋଷଣା ହୋଇଛି। ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର। ଐତିହାସିକ ଜି-୨୦ ସମ୍ମିଳନୀ ଆଯୋଜନ କରିଛି। ପ୍ରଥମ ଥର ଏସୀୟ କ୍ରୀଡ଼ାରେ ଶହେ ପଦକ ଜିତିଛି ଭାରତ। ବିଶ୍ୱରେ ପ୍ରଥମ 5G ରାଷ୍ଟ୍ର ଭାବେ ଖ୍ୟାତି ଅର୍ଜନ କରିଛି। ସରକାର ଲକ୍ଷାଧିକ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ୩ ଦଶନ୍ଧି ବାଦ୍ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ସମସ୍ତଙ୍କୁ ବଧାଇ ଜଣାଇଛନ୍ତି।

ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି କହିଲେ ରାଷ୍ଟ୍ରପତି। ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି। ୩ ତଲାକ୍ ବିଲ୍ ମଧ୍ୟ ଆଇନରେ ପରିଣତ ହୋଇଛି। ସରକାର ୱାନ୍ ରାଙ୍କ, ୱାନ୍ ପେନସନ୍ ଲାଗୁ କଲେ। ୨୫ କୋଟି ଦେଶବାସୀ ଗରିବୀରୁ ବାହାରକୁ ବାହାରିଛନ୍ତି। ୧ କୋଟି ୪୦ ଲକ୍ଷ ଲୋକ GST ଦେଉଛନ୍ତି। ୮ କୋଟି ଲୋକ ITR ଦାଖଲ କରୁଛନ୍ତି। ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ। ପୂର୍ବ ତୁଳନାରେ FDI ଦୁଇ ଗୁଣା ହୋଇଛି। ଭୁଶୁଡ଼ି ପଡ଼ିଥିବା ବ୍ୟାକିଂ ସିଷ୍ଟମ ଆଜି ବିଶ୍ୱରେ ସବୁଠୁ ଶକ୍ତିଶାଳୀ। ଭାରତ ବିଶ୍ୱର ସବୁଠୁ ବଡ଼ ମୋବାଇଲ୍ ଉତ୍ପାଦନକାରୀ ରାଷ୍ଟ୍ର ହୋଇଛି। ଆଜି ୧ ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ୍ ବ୍ୟବସ୍ଥା କାମ କରୁଛି। ମେକ୍ ଇନ୍ ଇଣ୍ଡିଆ ସବୁଠୁ ବଡ଼ ଅଭିଯାନ ପାଲଟିଛି। ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍‌ରେ ଲଗାତାର ସୁଧାର ଆସିଛି।

ଆୟୁଷ୍ମାନ ଭାରତରେ ୫୩ କୋଟି ଭାରତୀୟଙ୍କ ଆଇଡି ବନିଛି। ଏୟାରପୋର୍ଟ ସଂଖ୍ୟା ୭୪ରୁ ବଢ଼ି ୧୪୯ ହୋଇଛି। ୨ ଲକ୍ଷ ପଞ୍ଚାୟତକୁ ଅପ୍ଟିକାଲ ସଂଯୋଗ ହୋଇଛି। ୧୦ ହଜାର କିମି ଗ୍ୟାସ୍ ପାଇପ୍ ଲାଇନ୍ ବଢ଼ିଛି। ୫ ସହରର ମେଟ୍ରୋ ସୁବିଧା ୨୫ ସହରକୁ ବଢ଼ିଛି। ରେଲୱେ ବିଦ୍ୟୁତକରଣ ଶହେ ପ୍ରତିଶତର ନିକଟତର। ୧୩୦୦ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି। କରୋନା କାଳରୁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଆହୁରି ୫ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇଛି। ଯୁବକ, ନାରୀ, ଚାଷୀ, ଗରିବ ବିକାଶର ୪ଟି ସ୍ତମ୍ଭ।

ଅଧିବେଶନ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଅଧିବେଶନ। ମୋଦି ସରକାରର ଦ୍ବିତୀୟ ପାଳିର ଶେଷ ବଜେଟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଏହାପୂର୍ବରୁ ଶୀତ ଅଧିବେଶନରେ ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି। ଶୀତ ଅଧିବେଶନରେ ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ପାଇଁ ଉଭୟ ଗୃହର ୧୪୬ ସାଂସଦକୁ ନିଲମ୍ବିତ କରାଯାଇଥିଲା। ସମସ୍ତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ଉଭୟ ଗୃହର ପ୍ରୋସିଡିଂ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଛି।

Leave A Reply

Your email address will not be published.