Odisha Link
Bridging the Missing Links in Odisha

ଆଜି ଗଜପତି ଗସ୍ତରେ ୫-ଟି ଅଧ୍ୟକ୍ଷ; ବୌଦ୍ଧ ମନ୍ଦିରରେ କଲେ ପରିଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜି ଗଜପତି ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯାଇଛନ୍ତି। ଗଜପତି ଜିଲ୍ଲା ଗସ୍ତରେ ଯାଇ ଜିରାଙ୍ଗ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଜିରାଙ୍ଗ ସ୍ଥିତ ବୌଦ୍ଧ ବିହାର ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ଆଶିଷ ଗ୍ରହଣ କରିଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ଯରେ ଭରପୁର ଜିରାଙ୍ଗର ଏହି ବୌଦ୍ଧ ବିହାରରେ ମାନବ ସମାଜର ମଙ୍ଗଳକାମନା କରି ଚାଲିଥିଲା ଅଭିଷେକ ଆରାଧନା। ଏହି ଅବସରରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସାମିଲ ହୋଇଥିଲେ।

ଜିରାଙ୍ଗରେ ଭଗବାନ ବୁଦ୍ଧଙ୍କ ମନ୍ଦିର ଦର୍ଶନ କରିବା ସହ ବୌଦ୍ଧ ମନ୍ଦିରରେ ଚାଲିଥିବା ସ୍ବତନ୍ତ୍ର ଆରାଧନାରେ ସାମିଲ ହୋଇଥିଲେ। ଏହା ସହ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଭଗବାନ ବୁଦ୍ଧଙ୍କ ପ୍ରତିମା ସମ୍ମୁଖରେ ଧ୍ୟାନ କରିବା ସହ ପୂଜକଙ୍କ ଆଶୀର୍ବାଦ ନେଇଥିଲେ। ଦୀର୍ଘ ୮ ଦିନ ଧରି ଚାଲିଥିବା ଅଭିଷେକ ଉତ୍ସବର ଆଜି ଥିଲା ଶେଷ ଦିନ। ଅଭିଷେକ ପୂଜାର୍ଚ୍ଚନାରେ ଦେଶ ବିଦେଶରୁ ୨ ହଜାରରୁ ଅଧିକ ଉପାସକ ସାମିଲ ହୋଇଥିଲେ।

Leave A Reply

Your email address will not be published.