Odisha Link
Bridging the Missing Links in Odisha

ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା: ଆଜି ଆସିବ ଚୂଡ଼ାନ୍ତ ରାୟ

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାକୁ ନେଇ ଆଜି ଆସିବ ଚୂଡ଼ାନ୍ତ ରାୟ। ନୟାଗଡ଼ ଏଡିଜେ କୋର୍ଟ ରାୟ ପ୍ରକାଶ କରିବେ। ଘଟଣାରେ ୩୧ଜଣଙ୍କ ବୟାନ ଗ୍ରହଣ କରାଯାଇଛି। ତେବେ ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଏହି ଘଟଣାକୁ ନେଇ ଏଡିଜେ କୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି।

ସୂଚନା ଅନୁସାରେ, ପୂର୍ବରୁ ନୟାଗଡ଼ ଯଦୁପୁର ଅଞ୍ଚଳର ୫ବର୍ଷୀୟ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଘଟଣାଟି ପୁରା ରାଜ୍ୟରେ ଚହଳ ପକାଇଥିଲା। ନୟାଗଡ଼ର ଏହି ୫ବର୍ଷୀୟ ଝିଅ ପରୀ ଘର ସମ୍ମୁଖରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା ଏବଂ ଏହାର ୧୦ ଦିନ ପରେ ମୃତଦେହ ମିଳିଥିଲା।

ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିଲା। ଏସଆଇଟି ଗଠନ କରାଯିବାପରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରାଯାଇଥିଲା। ପୋକ୍ସୋ କୋର୍ଟ ଗିରଫ ସରୋଜଙ୍କୁ ନାବାଳକ ଦର୍ଶାଇବା ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା।

Leave A Reply

Your email address will not be published.