Odisha Link
Bridging the Missing Links in Odisha

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୃହ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଙ୍ଗାମା କାରଣରୁ ଦିନ ୧୧ଟା ୩୦ ଯାଏ ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ପୁଣି ଥରେ ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି। ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି ହେବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି।

ସେହିପରି ପରୀ ପ୍ରସଙ୍ଗରେ ବିଜେପିର କ୍ଷମା ପ୍ରାର୍ଥନା ଦାବି କରି ବିଜେଡିର ଧାରଣା। ବିଜେପିର କ୍ଷମା ପ୍ରାର୍ଥନା ଦାବିରେ ଗାନ୍ଧି ମୂର୍ତ୍ତି ତଳେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି। ଆସନ୍ତାକାଲି ଉପସ୍ଥାପନା ହେବ ରାଜ୍ୟ ବଜେଟ୍। ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ ହୋଇଥିବାବେଳେ ବିଭିନ୍ନ ଯୋଜନାକୁ ନେଇ ଅନେକ ବର୍ଗର ଲୋକଙ୍କ ଆଶା ରହିଛି।

ସୂଚନା ଅନୁସାରେ, ଗତକାଲି ଗୃହରେ ଅବକାରୀ ମନ୍ତ୍ରୀଙ୍କ ଉତ୍ତରରୁ ଅବକାରୀ ରାଜସ୍ୱ ସମ୍ପର୍କରେ ସୂଚନା ମିଳିଛି। ଗତ ୧୦ ବର୍ଷ ହେବ କ୍ରମାଗତ ବଢ଼ି ଚାଲିଛି ଅବକାରୀ ରାଜସ୍ୱ। ୨୦୨୨-୨୩ ଆର୍ଥିକ ବର୍ଷରେ ମିଳିଛି ୬ ହଜାର ୪୫୫ କୋଟି ରାଜସ୍ୱ। ୨୦୨୩-୨୪ରେ ଡିସେମ୍ବର ୩୧ ସୁଦ୍ଧା ୪,୮୯୭ କୋଟିର ରାଜସ୍ୱ ଆଦାୟ। ମଦ ରାଜସ୍ୱ ୧୦ ବର୍ଷରେ ପାଖାପାଖି ୩ ଗୁଣାରୁ ଅଧିକ ବଢ଼ିଛି।

ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଉତ୍ତର ରଖିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ପଦବୀ। ୪୧ ବିଭାଗରେ ମୋଟ ୯୮ ହଜାର ୩୪୮ ପଦବୀ ଖାଲି ପଡ଼ିଛି। ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ୨୬ ହଜାର ୮୧୫ ପଦବୀ ଖାଲି ରହିଛି। ସେହିଭଳି ଗଣଶିକ୍ଷା ବିଭାଗରେ ୨୧, ୮୪୪ ଓ ଗୃହ ବିଭାଗରେ ୭୩୧୫ ପଦବୀ ଖାଲି ରହିଛି। ରାଜସ୍ୱ ବିଭାଗରେ ୫୮୯୨, ଉଚ୍ଚଶିକ୍ଷା ବିଭାଗରେ ୩୭୭୭ ପଦବୀ ଖାଲି ରହିଛି।

ସେହିପରି ପ୍ରଚାର ପ୍ରସାର ବାବଦରେ ୯ ମାସରେ ୨୦ କୋଟି ଖର୍ଚ୍ଚ ହୋଇଛି। ୯ ମାସରେ ୧୯ କୋଟି ୪୦ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ସେହିପରି ମୁଦ୍ରିତ ଗଣମାଧ୍ୟମକୁ ୧୭.୪୩ କୋଟି ଓ ବୈଦ୍ୟୁତିକ ଗଣମାଧ୍ୟମକୁ ୩୧ ଲକ୍ଷ ଦିଆଯାଇଛି। କେବଳ ହୋର୍ଡିଂ ଆଉଟଡୋର ବ୍ରାଣ୍ଡିଂରେ କୋଟିଏ ୯୩ ଲକ୍ଷ ଖର୍ଚ୍ଚ ହୋଇଛି। ୫ ବର୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଖର୍ଚ୍ଚ କରିଛି ୮୩ କୋଟି। ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର ରଖିଛନ୍ତି।

ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା ଜାରି ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି। କେବେ ସୁଦ୍ଧା ପ୍ରତି ଗାଁରେ ପାଣି ଯୋଗାଇ ଦିଆଯିବ ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି। ୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ପାଣି ଯୋଗାଇବା ଲକ୍ଷ୍ୟ ରଖାଯାଇଛି।

ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ମାର୍ଚ୍ଚ ୨୦୨୩ ସୁଦ୍ଧା, ୫୮ ପ୍ରତିଶତ ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ଉତ୍ସ କି ଜମି ସମସ୍ୟା ଥିବା ଅଞ୍ଚଳରେ ୨୦୨୫ ସୁଦ୍ଧା ପହଞ୍ଚାଇବାକୁ ଲକ୍ଷ୍ୟ। ୭୦ ଲୋକଙ୍କ ଜନସଂଖ୍ୟା ଥିଲେ ବି ନୂତନ ନଳକୂପ ଲଗାଯିବ।ପାଣି ସମସ୍ୟା ସମାଧାନ ପାଇଁ ହେଲ୍ପ ଲାଇନ ନମ୍ବର ୧୯୧୬ ଜାରି କରାଯାଇଛି।

ଦ୍ବିତୀୟ ଦିନରେ ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଗୃହ ମଧ୍ୟଭାଗରେ ଧାରଣା ଦେଇଥିଲେ। ବେଦାନ୍ତ ଜମି ଫେରସ୍ତ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ ନରସିଂହ ମିଶ୍ର। ବାଚସ୍ପତି ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଉଥିବାବେଳେ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.