Odisha Link
Bridging the Missing Links in Odisha

ଓଡ଼ିଶା ବଜେଟ୍ ୨୦୨୪: ଜାତୀୟ ଅଭିବୃଦ୍ଧି ହାର ଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଅଧିବେସନର ଚତୁର୍ଥ ଦିନ। ଏହି ଅବସରରେ ଆଜି କାମଚଳା ବଜେଟ୍ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରାଯାଉଛି। ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ।

ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରାଯାଇଛି। ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ୨ହଜାର କୋଟିର ରିଭଲ୍‌ଭିଂ ଫଣ୍ଡ। ଆଗାମୀ ୫ ବର୍ଷରେ ୧୮୫୮ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ। ରୂପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ କରାଯାଇଛି।

ଗତ ୩ ତାରିଖ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଥିଲା। ସାଧାରଣ ନିର୍ବାଚନ ଆଗକୁ ଥିବାରୁ ବଜେଟକୁ ନେଇ ଶାସକ ଦଳ ବଡ ଘୋଷଣା କରିପାରେ ବୋଲି ଆଶା କରାଯାଉଛି। ତେବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ୍ ଆଗତ କରୁଛନ୍ତି। ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ ହୋଇଥିବାବେଳେ ବିଭିନ୍ନ ଯୋଜନାକୁ ନେଇ ଅନେକ ବର୍ଗର ଲୋକଙ୍କ ଆଶା ରହିଛି।

Leave A Reply

Your email address will not be published.