Odisha Link
Bridging the Missing Links in Odisha

ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ: ଲୋକାର୍ପିତ ହେଲା ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର

ଓଏଲ୍ ବ୍ୟୁରୋ: ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡି ହୋଇଛି। ଲୋକାର୍ପିତ ହୋଇଛି ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ। ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଭୁବନେଶ୍ବର ଇନଫୋଭ୍ୟାଲି-୨ରେ ରାଜ୍ୟ ସରକାର ଯୋଗାଇଦେଇଥିବା ୨୦ ଏକର ପରିମିତ ଅଂଚଳରେ ସ୍ବତନ୍ତ୍ର କ୍ୟାନସର ହସ୍ପିଟାଲ ନିର୍ମାଣ ହୋଇଛି।

ପ୍ରଥମେ ୫୦୦ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଯୋଜନା ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୭୫୦କୁ ବୃଦ୍ଧି କରାଯାଇଛି। ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ୨୫ ପ୍ରତିଶତ ବେଡ୍ ରହିବ। କ୍ୟାନସର ଚିକିତ୍ସାର ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ହସ୍ପିଟାଲରେ ଉପଲବ୍ଧ ହେବ। କ୍ୟାନସର ହସ୍ପିଟାଲ ସମେତ ୧୦୦ ଶଯ୍ୟା ବିଶିଷ୍ଟ ପାଲିଟିଭ କେୟାର ୟୁନିଟ ମଧ୍ୟ ନିର୍ମାଣ ହୋଇଛି। ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି।

Leave A Reply

Your email address will not be published.