Odisha Link
Bridging the Missing Links in Odisha

କପି ରୋକିବାକୁ ଅଭିନବ ପ୍ରୟାସ: ଏଥର ଏଆଇ ଜଗିବ ୧୦ମ ବୋର୍ଡ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରୁ ଆରମ୍ଭ ମାର୍ଚ୍ଚ ୪ରେ ଶେଷ ହେବ। ତେବେ ଏଥର ମାଟ୍ରିକ ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ତା କରାଯାଇଛି। ଚଳିତବର୍ଷ ପରିକ୍ଷାରେ କପି ରୋକିବାକୁ ଅଭିନବ ପ୍ରୟାସ କରାଯିବ। ଏଆଇ ଜଗିବ ୧୦ମ ବୋର୍ଡ ପରୀକ୍ଷା। ଏନେଇ ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ପରୀକ୍ଷାକୁ ଅଧିକ ସ୍ୱଚ୍ଛଳ କାରିବ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୦ ତାରିଖରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ରହିଛି। ୨୯୯୧ କେନ୍ଦ୍ରରେ ୫ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ। ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.