Odisha Link
Bridging the Missing Links in Odisha

କଟିଲା ୭ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ୍, ୪ଜଣଙ୍କୁ ରିପିଟ୍‌ କଲା ହାଇକମାଣ୍ଡ

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୨୭ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ରାଜ୍ୟଠୁ ଆରମ୍ଭ କରି ଜାତୀୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ୫୬ଟି ରାଜ୍ୟସଭା ଆସନ ପାଇଁ ବିଜେପି ୨୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଉ ସବୁଠୁ ବଡ଼କଥା ହେଲା ରାଜ୍ୟସଭା ସାଂସଦ ଥିବା ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି। ସେମାନଙ୍କ ମଧ୍ୟରୁ କାହାକୁ ବି ଟିକେଟ୍‌ ଦେଇଛି ବିଜେପି ହାଇକମାଣ୍ଡ। ଅର୍ଥାତ୍‌ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେପି ୭ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ୍‌ କାଟି ଦେଇଛି। ବିଜେପିର ରାଜ୍ୟସଭା ସୂଚୀରେ ଯେଉଁ କେନ୍ଦ୍ରମନ୍ତ୍ରୀଙ୍କ ନାମ ନାହିଁ ସେମାନଙ୍କୁ ଦଳ ଆଗାମୀ ଲୋକସଭା ନିର୍ବାଚନରେ ଓହ୍ଲାଇବାକୁ ପ୍ରସ୍ତୁତି କରିଛି। ଅନ୍ୟପଟେ କେବଳ ୪ ଜଣ ପୁରୁଣା ଚେହେରାଙ୍କୁ ବିଜେପି ହାଇକମାଣ୍ଡ ରିପିଟ୍‌ କରିଛି। ଯାହାକୁ ନେଇ ରାଜନୀତିର ପାରା ଏବେ ବଢ଼ିବାରେ ଲାଗିଛି।

ଭାରତୀୟ ଜନତା ପାର୍ଟି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖପାତ୍ର ସୁଧାଂଶୁ ତ୍ରିଦେବୀ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଏଲ୍‌ ମୁରୁଗନଙ୍କୁ ଦଳ ପୁନଶ୍ଚ ରାଜ୍ୟସଭା ପଠାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ପୁରୁଷୋତ୍ତମ ରୁପାଲା, ନାରାୟଣ ରାଣେ, ଭି ମୁରୁଲୀଧରନ, ରାଜୀବ ଚନ୍ଦ୍ରଶେଖରଙ୍କୁ ଦଳ ରାଜ୍ୟସଭା ଟିକେଟ୍‌ ଦେଇ ନାହିଁ। ସେହିପରି ପୂର୍ବତନ ମନ୍ତ୍ରୀ ପ୍ରକାଶ ଜାଭେଡକର, ସୁଶୀଲ ମୋଦି, ଅନିଲ ବଲୁନୀଙ୍କୁ ମଧ୍ୟ ରାଜ୍ୟସଭା ଟିକେଟ୍‌ ମିଳିନାହିଁ।

ଅନ୍ୟପଟେ ବିଶେଷ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ (ଗୁଜୁରାଟ: ଭାବନଗର କିମ୍ବା ସୁରଟ), ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ଓଡ଼ିଶା-ସମ୍ବଲପୁର କିମ୍ବା ଢେଙ୍କାନାଳ), ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ବେଙ୍ଗାଲୁରୁ ଆସନରୁ ଲୋକସଭା ପାଇଁ ମଇଦାନକୁ ଓହ୍ଲାଇବାକୁ ବିଜେପି କରିଛି ରଣନୀତି।

Leave A Reply

Your email address will not be published.