Odisha Link
Bridging the Missing Links in Odisha

ଫେବ୍ରୁଆରୀ ୧୬ ଭାରତ ବନ୍ଦ; କୃଷକ ସଙ୍ଗଠନର ଡାକରାକୁ କଂଗ୍ରେସର ସମର୍ଥନ

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ ଉଗ୍ରରୂପ ନେଉଛି କୃଷକ ଆନ୍ଦୋଳନ। ଏସବୁ ମଧ୍ୟରେ ଫେବ୍ରୁଆରୀ ୧୬ ତାରିଖରେ ଅର୍ଥାତ୍‌ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି ଦେଶର, ରାଜ୍ୟର ବିଭିନ୍ନ କୃଷକ ସଙ୍ଗଠନ। କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି।

ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଫସଲର ସର୍ବନିମ୍ନ ଦାମକୁ ଆଇନସିଦ୍ଧ କରିବା, ଦେଶରେ ବଢୁଥିବା ବେକାରୀ ସମସ୍ୟାର ସମାଧାନ କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ସଂଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବନ୍ଦର ପ୍ରଭାବ ବିଶେଷ ଭାବେ ଦିଲ୍ଲୀ, ହରିଆଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିପାରେ।

Leave A Reply

Your email address will not be published.