Odisha Link
Bridging the Missing Links in Odisha

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ; ହତ୍ୟା ନେଇ ପୋଷ୍ଟରରେ ଉଲ୍ଲେଖ

ଓଏଲ୍‌ ବ୍ୟୁରୋ: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଖବର ଏବେ ଚହଳ ସୃଷ୍ଟି କରିଛି। ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଧାୟକଙ୍କୁ ହତ୍ୟା ଧମକ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ମଧ୍ୟ ରହିଛି।

ସେଥିରେ ଲେଖାଯାଇଛି ‘ସନ୍ତୋଷ ସିଂ ସାଲୁଜାଙ୍କୁ ମୁଁ ୧୫ ଦିନ ଭିତରେ ମାରିଦେବି’। କଣ୍ଟାବାଞ୍ଜି ପୁଲିସ ପୋଷ୍ଟରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ଯୁବକ ଜଣଙ୍କ କିଏ ତାହା ଜଣାପଡ଼ିନାହିଁ। ହତ୍ୟା ଧମକ ନେଇ କିଏ ବ୍ୟାନର ଲଗାଇଛି ତାହା ଜଣାପଡ଼ିନି। ଏନେଇ ଘଟଣାକୁ ନେଇ କଣ୍ଟାବାଞ୍ଜି ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.