Odisha Link
Bridging the Missing Links in Odisha

ଆଜି ସଂଧ୍ୟାରେ ଉନ୍ମୋଚିତ ହେବ ‘ତିନି ଦଶନ୍ଧିର ଓଡ଼ିଶା’

ଓଏଲ୍‌ ବ୍ୟୁରୋ: ଆଜି ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ରଚିତ ‘ତିନି ଦଶନ୍ଧିର ଓଡ଼ିଶା’ ଉନ୍ମୋଚନ ହେବ। ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ବରସ୍ଥିତ ଜୟଦେବ ଭବନ ଠାରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସମାରୋହରେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ଓ ଔପନାସିକ ଶ୍ରୀରାମ ଦାସ, ସମ୍ବାଦ ସଂପାଦକ ତନୟା ପଟ୍ଟନାୟକ ଏବଂ ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ମଞ୍ଚାସୀନ ହେବେ। କଥାଶିଳ୍ପୀ ଓ ସାମ୍ବାଦିକ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ଦ୍ୱାରା ତିରିଶ ବର୍ଷର ଓଡ଼ିଶାର ବିକାଶ, ବିବାଦ ଓ ରାଜନୈତିକ ଉତ୍ଥାନ-ପତନକୁ ନେଇ ‘ତିନି ଦଶନ୍ଧିର ଓଡ଼ିଶା’ ଆଲୋଚନା ଗ୍ରନ୍ଥ ରଚିତ ହୋଇଛି।

Leave A Reply

Your email address will not be published.