ଶଙ୍ଖ ଭବନରେ ମିଶ୍ରଣ ପର୍ବ: ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ସେତେ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି। ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ। ବିଜେଡିରେ ସୁନ୍ଦରଗଡ଼ ଜିଲ୍ଲା କିଶାନ ସମାଜର ୨ ହଜାରରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ପକ୍ଷରୁ ସେମାନଙ୍କୁ ଦଳରେ ସାମିଲ କରାଯାଇଛି।
ପୂର୍ବରୁ ଶଙ୍ଖଭବନରେ ବିଜେଡିରେ ସାମିଲ ହୋଇଥିଲେ ବଲାଙ୍ଗିରର ବୈଶାଖୁ ଗଡ଼ତ୍ୟା, ତୁଷାରକାନ୍ତି ଗଡ଼ତ୍ୟା, ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ। ଏହାପରେ ଦଳୀୟ ଉତ୍ତରୀୟ ଦେଇ ମିଶ୍ରଣ ପର୍ବରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ବିଜେଡିର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଓ ପ୍ରିୟବ୍ରତ ମାଝୀ।
ବିଜେଡିରେ ମିଶିବା ପରେ ପୂର୍ବତନ ଏଜି ଅଫିସର ସୁକାନ୍ତ ପାଣିଗ୍ରାହୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଭୋକର ଭୂଗୋଳରୁ ବଳକା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଏବଂ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛି।