Odisha Link
Bridging the Missing Links in Odisha

ମହଙ୍ଗା ପଡ଼ିଲା ଅମାପ ସମ୍ପତି; ବନ୍ଧା ହେଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ

ଓଏଲ୍‌ ବ୍ୟୁରୋ: ପୁଣିଥରେ ବନ୍ଧା ହେଲେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ଗତ ୨୦୧୩ରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏକ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ଧର୍ମଗଡ଼ ଏସ୍‌ଡିପିଓ ଧୀରଜ ଚୋପଦାରଙ୍କ ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକର ମକରାଗୁଡ଼ା ଅଞ୍ଚଳର କ୍ଷେତ୍ରମୋହନ ବାଗ କେଗାଁ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଗାଁର ଚାଷୀଙ୍କ ଅଜାଣତରେ ସେମାନଙ୍କ ଜମିପଟ୍ଟା ବ୍ୟବହାର କରି ଅନ୍ୟମାନେ କୄଷିବୀମା କରି ଟଙ୍କା ନେଇ ଯାଇଥିଲେ।

ଏହି ଘଟଣାର ତଦନ୍ତ ସମୟରେ ବିନ୍ଦୁ ମହାନନ୍ଦ ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ସେ ନକଲି ଡକ୍ୟୁମେଣ୍ଟ ତିଆରି କରି ଇନ୍ସ୍ୟୁରାନ୍ସ କରି ୨୫ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ। ଯେଉଁମାନଙ୍କର ପଟ୍ଟା ନାହିଁ ସେମାନଙ୍କ ନାଁରେ ବି ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ବୀମା କରି ବିନ୍ଦୁ ମହାନନ୍ଦ ଟଙ୍କା ଆତ୍ମସାତ୍ କରିଥିବା ଏସ୍‌ଡିପିଓ କହିଥିଲେ।

Leave A Reply

Your email address will not be published.