Odisha Link
Bridging the Missing Links in Odisha

ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ; ଏଥର ବି ମେଣ୍ଟ ପ୍ରସଙ୍ଗକୁ ଏଡାଇ ଦେଲେ ଦେବୀ

ଓଏଲ୍‌ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଭିତରେ ଶେଷ ହେଲା ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଗଣମାମଧ୍ୟ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି, ଆଗାମୀ ନିର୍ବାଚନକୁ ନଜରରେ ରଖି ବୈଠକ ରଖାଯାଇଛି।

ନିର୍ବାଚନୀ ରଣକୌଶଳ ବିଷୟରେ ଆଜି ବୈଠକରେ ଆଲୋଚନା ହୋଇଛି । ଏନେଇ ବିଭିନ୍ନ ଦଳର ପର୍ଯ୍ୟବେକ୍ଷକ ଦଳର ସୁପ୍ରିମୋଙ୍କୁ ରିପୋର୍ଟ ଦେଇଥିଲେ।ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳୀୟ ସ୍ଥିତିକୁ ନେଇ ବୈଠକରେ ତର୍ଜମା କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ବୋଲି ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ଅନ୍ୟପଟେ ସାମ୍ବାଦିକ ମେଣ୍ଟ ପ୍ରଶ୍ନର ଉତ୍ତର ରଖିନଥିଲେ ଦେବୀ ପ୍ରସାଦ ମିଶ୍ର।ମେଣ୍ଟ ପ୍ରଶ୍ନକୁ ଏଡାଇ ଦେଇ ଯାଇଥିଲେ ଦେବୀ ମିଶ୍ର।

ବୈଠକରେ ଯୋଗ ଦେଇଥିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଏଥିରେ ଦଳର ସବୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଟପ୍ ନେତାମାନେ ସାମିଲ ହୋଇଥିଲେ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରୀତିରଞ୍ଜନ ଘଡାଇ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ସମ୍ବିତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଉପସ୍ଥିତ ଥିଲେ। ସେହିପରି ଦେବୀ ମିଶ୍ର, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ପଦ୍ମନାଭ ବେହେରା, ପ୍ରଦୀପ ଅମାତ, ଶାରଦା ନାୟକ, ଦେବେଶ ଆଚାର୍ଯ୍ୟ, ରବୀନ୍ଦ୍ର ଜେନା, ସଞ୍ଜୟ ଦାସ ବର୍ମା, ଗୌତ୍ତମବୁଦ୍ଧ ଦାସ ଓ ବିଜୟ ନାୟକ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ସୂଚନାଥାଉକି, ବିଜେପି-ବିଜେଡି ମେଣ୍ଟକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଛି। ହେଲେ ଏଯାଏଁ ସ୍ପଷ୍ଟ ଚିତ୍ର କିଛି ଆସି ପାରିନାହିଁ।

Leave A Reply

Your email address will not be published.