Odisha Link
Bridging the Missing Links in Odisha

ମାତିଛନ୍ତି ଦୁର୍ବୃତ୍ତ; ପଞ୍ଚଲିଙ୍ଗେଶ୍ବର ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି।

ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ମନ୍ଦିରରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ନୀଳଗିରି ପଞ୍ଚଲିଙ୍ଗେଶ୍ବର ମନ୍ଦିରରୁ ଦାନହୁଣ୍ଡି ତାଡିନେଲେ ଦୁର୍ବୃତ୍ତ। ହୁଣ୍ଡିରେ ଲକ୍ଷାଧିକ ଟଙ୍କା ରହିଥିବା ଅଭିଯୋଗ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.