Odisha Link
Bridging the Missing Links in Odisha

ନବୀନ ନିବାସରେ ନିର୍ବାଚନୀ କସରତ; ୩ ଜିଲ୍ଲାର ସଂସଦୀୟ କ୍ଷେତ୍ର ପାଇଁ ବୈଠକ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜିସାରିଲାଣି ନିର୍ବାଚନ ବିଗୁଲ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଓଡ଼ିଶାରେ ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବାରୁ ସାରା ଦେଶରେ ନଜର ରହିଛି। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହାରି ମଧ୍ୟରେ ନିର୍ବାଚନୀ କସରତ ଆରମ୍ଭ ହୋଇଯାଇଛି। ନବୀନ ନିବାସରେ ଟିକଟ ପାଇଁ ଚାଲିଛି କସରତ। ଆଜି ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ। ବୈଠକରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଂଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ସାମିଲ ହୋଇଛନ୍ତି।

ଭୁବନେଶ୍ୱର, ବ୍ରହ୍ମପୁର ଓ କନ୍ଧମାଳ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରର ନେତାଙ୍କୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ବିଜେଡିରେ ଅନେକ ଅଶାୟୀ ଅଛନ୍ତି। ଏହି ସଂସଦୀୟ କ୍ଷେତ୍ରରେ ଅଧିକ ଗୋଷ୍ଠୀ କନ୍ଦଳ ମଧ୍ୟ ରହିଛି। କିପରି ଦଳ ତାକୁ ଚେକ୍ ଦେବ ସେନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ଅଲୋଚାନା କରିବେ।

ସୂଚନା ଅନୁସାରେ, ଗତକାଲି ସକାଳେ ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ର ନେତା ପହଂଚିଥିଲେ। କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା ବୈଠକ ହୋଇଥିଲା। ନବୀନ ନିବାସରେ କୋରାପୁଟର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ୱାପସ୍ଥିତ ଥିଲେ। ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା, ପ୍ରିତମ ପାଢ଼ୀ, ଭାସ୍କର ରାଓ, ରବି ନନ୍ଦ, କ୍ୟାପଟେନ ଦିବ୍ୟଶଙ୍କର ପ୍ରମୁଖ ଉପସ୍ଥିତ ରହିଥିଲେ। ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ଆସନ ଗୁଡ଼ିକକୁ ନେଇ ବୈଠକ ବସିଥିଲା।

Leave A Reply

Your email address will not be published.