Odisha Link
Bridging the Missing Links in Odisha

ସରିଲା +୨ ପରୀକ୍ଷା; କାଲିଠୁ ପରୀକ୍ଷା ଖାତା ମୂଲ୍ୟାୟନ

ଓଏଲ୍‌ ବ୍ୟୁରୋ: ଶେଷ ହେଲା +୨ ପରୀକ୍ଷା। ପ୍ରତିଦିନ ଗୋଟିଏ ସିଟିଂ ଦିନ ୧୦ ଟାରୁ ୧ଟା ଯାଏଁ ପରୀକ୍ଷା ହେଉଥିବାବେଳେ କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ କଡା ଚେକିଙ୍ଗ ସହ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଥିଲା। ତେବେ ପରୀକ୍ଷା ଶେଷ ହୋଇଥିବାବେଳେ କାଲିଠୁ ଖାତାଦେଖା ଆରମ୍ଭ ହେବ।

ସୂଚନା ଅନୁସାରେ, ପରୀକ୍ଷା ପାଇଁ ତ୍ରୀସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା କରାଯାଇଥିଲା। ଚଳିତବର୍ଷ ବିଜ୍ଞାନ, ବାଣିଜ୍ୟ ଏବଂ କଳା ବର୍ଗରେ ରେଜଲ୍ଟ ଏକା ସାଙ୍ଗରେ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫେବୃଆରୀ ୧୬ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଗତ କାଲି ପରୀକ୍ଷା ଶେଷ ହୋଇଛି। ଚଳିତବର୍ଷ ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ। ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି।

Leave A Reply

Your email address will not be published.