Odisha Link
Bridging the Missing Links in Odisha

ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା: ଜାଣନ୍ତୁ କେଉଁଠୁ ଲଢ଼ିବେ କିଏ…

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ପ୍ରକାଶ ପାଇଛି ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା ହୋଇଥିବାବେଳେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି। ସେହିଭଳି ସୁନ୍ଦରଗଡ ପାଇଁ ଦିଲ୍ଲୀପ ତିର୍କି, ମୟୂରଭଞ୍ଜ ପାଇଁ ସୁଦାମ ମାର୍ଣ୍ଡି, ନବରଙ୍ଗପୁର ପାଇଁ ପ୍ରଦୀପ ମାଝୀ, ଭୁବନେଶ୍ୱର ପାଇଁ ମନ୍ମଥ ରାଉତରାୟ, କୋରାପୁଟ ପାଇଁ କୌଶଲ୍ୟା ହିକ୍କା, ଆସ୍କା ପାଇଁ ରଞ୍ଜିତା ସାହୁ, କଳାହାଣ୍ଡି ପାଇଁ ଲମ୍ବୋଦର ନିଆଲଙ୍କ ନାଁ ଘୋଷଣା ହୋଇଛି।

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ଲୋଇସିଂହାରୁ ଲଢ଼ିବେ ନିହାର ରଞ୍ଜନ, ବିଷମ କଟକରୁ ଜଗନ୍ନାଥ ସାରକା, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବାସୁଦେବପୁରରେ ବିଷ୍ଣୁବ୍ରତ ରାଉତରାୟ, ଢେଙ୍କାନାଳରେ ସୁଧୀର ସାମଲ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ସୋନପୁରରୁ ନିରଞ୍ଜନ ପୂଜାରୀ, ପାଟଣାଗଡ଼ର ସରୋଜ ମେହର, ବଲାଙ୍ଗୀରରୁ କଳିକେଶ ସିଂଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀ, ପାଟକୁରାରୁ ଅରବିନ୍ଦ ମହାପାତ୍ର, ହିଞ୍ଜିଳିରୁ ନବୀନ ପଟ୍ଟନାୟକ ଲଢ଼ିବେ।

Leave A Reply

Your email address will not be published.