୨ୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, କାହାକୁ ମିଳିଲା ଟିକେଟ୍ ଜାଣନ୍ତୁ
ଓଏଲ୍ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ପ୍ରକାଶ ପାଇଛି ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା ହୋଇଥିବାବେଳେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି। ସେହିଭଳି ସୁନ୍ଦରଗଡ ପାଇଁ ଦିଲ୍ଲୀପ ତିର୍କି, ମୟୂରଭଞ୍ଜ ପାଇଁ ସୁଦାମ ମାର୍ଣ୍ଡି, ନବରଙ୍ଗପୁର ପାଇଁ ପ୍ରଦୀପ ମାଝୀ, ଭୁବନେଶ୍ୱର ପାଇଁ ମନ୍ମଥ ରାଉତରାୟ, କୋରାପୁଟ ପାଇଁ କୌଶଲ୍ୟା ହିକ୍କା, ଆସ୍କା ପାଇଁ ରଞ୍ଜିତା ସାହୁ, କଳାହାଣ୍ଡି ପାଇଁ ଲମ୍ବୋଦର ନିଆଲଙ୍କ ନାଁ ଘୋଷଣା ହୋଇଛି।
ଆଜି ସନ୍ଧ୍ୟାରେ ଆଉ ୫ଜଣ ସାଂସଦଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କଟକ ଲୋକସଭା ଆସନରୁ ସଂତୃପ୍ତ ମିଶ୍ର, ପୁରୀରୁ ଅରୂପ ପଟ୍ଟନାୟକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଢେଙ୍କାନାଳ ଅବିନାଶ ସାମଲ, ଜଗତସିଂହପୁର ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ।