Odisha Link
Bridging the Missing Links in Odisha

‘ମୋଦିଙ୍କ ବିକଶିତ ଭାରତ ସ୍ବପ୍ନରେ ପ୍ରମୁଖ ସ୍ଥାନ ନେବ ଭୁବନେଶ୍ବର’

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ଆଗାମୀ ନିର୍ବାଚନକୁ ନଜରରେ ରଖି ଭିନ୍ନ ରାଜନୈତିକ ଦଳ ନିଜର ଗୋଟି ଚାଳନା ଆରମ୍ଭ କଲେଣି। ତେବେ ଏହାରି ମଧ୍ୟରେ ପ୍ରାର୍ଥୀ ଘୋଷଣା ପରେ ସାଂସଦ ଅପରାଜିତାଙ୍କୁ ବିପୁଳ ସ୍ବାଗତ ସଂବର୍ଦ୍ଧନା କରାଯାଇଛି। ସ୍ବାଗତ ସଂବର୍ଦ୍ଧନା ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ବିଗତ ୫ ବର୍ଷ ହେଲା ନିଷ୍ଠାପର ଭାବେ ସମସ୍ତଙ୍କ ସେବା କରିଛି। ମୋଦିଙ୍କ ବିକଶିତ ଭାରତ ସ୍ବପ୍ନରେ ଭୁବନେଶ୍ବର ପ୍ରମୁଖ ସ୍ଥାନ ନେବ।

ମୋଦିଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ। ବିଗତ କିଛି ଦିନ ହେବ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଉଥିବା କୁହାଯାଉଥିଲା। ଏମିତିକି ସଂପୃକ୍ତ ମହିଳା ବି ଅଞ୍ଚଳରେ ବୁଲାବୁଲି ଆରମ୍ଭ କରିଥିଲେ। ଏବେ ସଂପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ ନେଇ ଚର୍ଚ୍ଚା ହେଉଛି। ଜଣେ ମହିଳାଙ୍କୁ ହଟାଯାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯିବା ଉଚିତ କି ବୋଲି ଅପରାଜିତା ଷଡ଼ଙ୍ଗୀ ମନ୍ତବ୍ୟ ରଖିଛନ୍ତି।

Leave A Reply

Your email address will not be published.