Odisha Link
Bridging the Missing Links in Odisha

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାରି ଭିତରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜୁ ଜନତା ଦଳ। ଖୋର୍ଦ୍ଧା ଛଣଗିରିରେ ପ୍ରଶାନ୍ତ ଜଗଦ୍ଦେବ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ, ଚର୍ଚ୍ଚାର ବିଷୟ ପାଲଟିଛି ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ବୟାନ। ସେ କହିଛନ୍ତି, ନବୀନଙ୍କ ବିରୋଧରେ ଲଢ଼ିବାକୁ ଇଛା ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟିକଙ୍କ ବିରୋଧରେ ହିଂଜିଳିରୁ ଲଢ଼ିବାକୁ ଚାହୁଁଥିଲି। ଦଳ ମୋତେ ହିଂଜିଳି ପାଇଁ ପ୍ରାର୍ଥୀ କଲାନି, ମୁଁ ଏଥର ଲଢ଼ିବିନି। ନିର୍ବାଚନ ଲଢ଼ିବିନି ହେଲେ ବିଜେଡିକୁ ହଟାଇବାକୁ ସହିଦ ହେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏହା ସହ ଆହୁରି ମଧ୍ୟ କହିଛନ୍ତି, ମୁଁ ନିର୍ବାଚନ ଲଢ଼ିବାକୁ ନୁହେଁ ବରଂ ମୋଦିଙ୍କ ବିକଶିତ ଭାରତର ସ୍ବପ୍ନ ପୂରଣ କରିବାକୁ ପ୍ରସ୍ତୁତ ଥିବା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ସେହିଭଳି ବାଣପୁରରେ ଲୋକଙ୍କ ଉପରେ ଗାଡି ଚଢାଇଦେବା ଘଟଣା ପରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ପ୍ରଶାନ୍ତ। ସେତେବେଳେ ପ୍ରଶାନ୍ତଙ୍କ ଗାଡି ଚଢା ଘଟଣାକୁ ନେଇ ପୂରା ଦେଶରେ ଚର୍ଚ୍ଚା ହୋଇଥିଲା। ନିଜର ଦବଙ୍ଗଗିରି ପାଇଁ ବିବାଦୀୟ ହୋଇଥିବା ପ୍ରଶାନ୍ତ ଦୀର୍ଘଦିନ ଧରି ଚିଲିକା ରାଜନୀତିରୁ ଦୂରେଇ ରହିଥିବା ବେଳେ ବିଜେପିରେ ମିଶିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବାବେଳେ ସେ ବିଜେପିରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.