Odisha Link
Bridging the Missing Links in Odisha

ନିର୍ବାଚନ ୨୦୨୪: ବିଜେଡି ନିର୍ବାଚନ ଇସ୍ତାହାର କମିଟିର ପ୍ରଥମ ବୈଠକ

ଓଏଲ୍‌ ବ୍ୟୁରୋ: ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଶାସକ ଦଳ ବିଜୁ ଜନତା ଦଳ କିଭଳି ହେବ ଚଳିତଥରର ନିର୍ବାଚନୀ ଇସ୍ତାହାରର ରୂପରେଖ ସେ ନେଇ ଆରମ୍ଭ କରିଛି ବୈଠକ। ଆଜି ଶଙ୍ଖ ଭବନରେ କମିଟିର ପ୍ରଥମ ଇସ୍ତାହାର କମିଟି ବୈଠକ ଆରମ୍ଭ ହୋଇଛି। ଗତ ବୁଧବାର ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା ବିଜେଡି।

ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରାଙ୍କ ସହ ମୋଟ ୭ ଜଣ ସହ-ଅଧ୍ୟକ୍ଷ ରହିଛନ୍ତି । ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ଵ ଦିଆଯାଇଛି। ୨୫ ଜଣ ସଦସ୍ୟ ରହିଛନ୍ତି।ବିଜେଡି ସରକାରକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବ ସେ ନେଇ ପ୍ରସ୍ତୁତ ହେବ ଇସ୍ତାହାର। ଏହି କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର।

Leave A Reply

Your email address will not be published.