Odisha Link
Bridging the Missing Links in Odisha

ସ୍ୱତନ୍ତ୍ର ଏୟାର ଡିଫେନ୍ସ ମିସାଇଲ ପ୍ରସ୍ତୁତ କରୁଛି ଭାରତ; ଜାଣନ୍ତୁ ଏହା କେତେ ଶକ୍ତିଶାଳୀ..

ଓଏଲ୍‌ ବ୍ୟୁରୋ: ଥମୁନି ୟୁକ୍ରେନ-ରୁଷିଆ ବିବାଦ। ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ ବର୍ଷ ପୂରଣ ହୋଇସାରିଛି। ହେଲେ ଏହି ଯୁଦ୍ଧରେ କୌଣସି ପକ୍ଷ ବିଜୟୀ ହୋଇନାହିଁ କିମ୍ବା ପରାଜୟ ବରଣ କରିନାହିଁ। ଯୁଦ୍ଧ କ୍ଷେତ୍ରରେ ୟୁକ୍ରେନ ପୁଣି ଥରେ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରୁଛି। ଏସବୁ ଭିତରେ ପଡ଼ୋଶୀ ରାଷ୍ଟ୍ରଠାରୁ ବଢୁଛି ଭାରତ ଲାଗି ବିପଦ। ଶତ୍ରୁ ପକ୍ଷରୁ ଡ୍ରୋନ ଓ ଲଢୁଆ ଯୁଦ୍ଧ ବିମାନର ମୁକାବିଲା ଲାଗି ଭାରତ ନିର୍ମାଣ କରୁଛି ସ୍ବତନ୍ତ୍ର ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ। କାନ୍ଧରେ ରଖି ପ୍ରୟୋଗ କରାଯାଇପାରୁଥିବା ଏହି ସିଷ୍ଟମ ଖୁବ୍ ଶୀଘ୍ର ଭାରତକୁ ଶକ୍ତିଶାଳୀ କରିବାରେ ସକ୍ଷମ ହେବ।

ସ୍ବତନ୍ତ୍ର ଏୟାର ଡିଫେନ୍ସ ମିସାଇଲ କ’ଣ?

ସୀମାରେ ପାକିସ୍ତାନ ଓ ଚୀନ ପକ୍ଷରୁ ବିପଦ କ୍ରମାଗତ ଭାବେ ବଢୁଥିବାବଳେ ଏହାକୁ ପ୍ରତିହତ କରିବା ଲାଗି ସେନା ଓ ବାୟୁସେନାକୁ ୩୫୦ ଲଞ୍ଚର ଓ ୨ ହଜାର ମିସାଇଲ ପ୍ରଦାନ କରିବାକୁ ନିଆଯାଇଛି ପଦକ୍ଷେପ। ପ୍ରତିରକ୍ଷା ବିଭାଗ ସୂତ୍ର ଅନୁସାରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଲେଜର ବିମ୍ ରାଇଡିଂ ଭେରି ସର୍ଟ ରେଞ୍ଜ ଏୟାର ଡିଫେନସ ସିଷ୍ଟମ ପ୍ରସ୍ତୁତ କରାଯାଉଛି। ଏକ ରାଷ୍ଟ୍ରାୟତ୍ତ ସଂସ୍ଥା ଓ ଏକ ଘରୋଇ ସଂସ୍ଥା ପକ୍ଷରୁ ଏହାର ନିର୍ମାଣ କରାଯାଉଛି। ସେହିପରି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ଅନ୍ଯ ସଂସ୍ଥା ସହ ମିଶି ପ୍ରସ୍ତୁତ କରୁଛି ସ୍ବତନ୍ତ୍ର ପ୍ରକାର ମିସାଇଲ ଯାହାକି କାନ୍ଧରୁ ପ୍ରୟୋଗ କରାଯାଇପାରିବ। ତେବେ ସ୍ବତନ୍ତ୍ର ଏୟାର ଡିଫେନ୍ସ ମିସାଇଲ ଶତ୍ରୁ କବଳରୁ ରକ୍ଷା କରିପାରିବ।

Leave A Reply

Your email address will not be published.