ଡକାୟତି ମାମଲାର ପର୍ଦ୍ଦାଫାସ କଲା ପୁଲିସ; ଗିରଫ ହେଲା କୁଖ୍ୟାତ ଅପରାଧୀ

ଓଏଲ୍ ବ୍ୟୁରୋ: ମାତିଛନ୍ତି ଲୁଟେରା। କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ବରଗଡ଼ ବରପାଲି ଉତ୍କଲ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାର ପୁଲିସ ପର୍ଦ୍ଦାଫାସ କରିଛି।
ବଲାଙ୍ଗିର ରୋଡ଼ରୁ କୁଖ୍ୟାତ ଅପରାଧୀ ଅମିତ ଦାଶ ଗିରଫ ହୋଇଥିବାବେଳେ ଅଭିଯୁକ୍ତ ପାଖରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ପିସ୍ତଲ ସହ ୭ ମୋବାଇଲ, କାର, ଟ୍ରକ, ବାଇକ ଜବତ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଜାରି ହୋଇଛି।