Odisha Link
Bridging the Missing Links in Odisha

ରାଜଧାନୀରେ ଅସହ୍ୟ ତାତି; ଚଳିତବର୍ଷ ରାଜ୍ୟରେ ପ୍ରଥମଥର ୪୫ ଡିଗ୍ରୀ ଟପିଲା ତାପମାତ୍ରା

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ପାର କରିଥିବାବେଳେ ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୪ ଡିଗ୍ରୀ ଟପିଥିଲା। ବର୍ତମାନ ସୁଦ୍ଧା ରାଜଧାନୀରେ ଚଳିତବର୍ଷ ପ୍ରଥମଥର ୪୫ ଡିଗ୍ରୀ ଅତିକ୍ରମ କଲା ତାପମାତ୍ରା । ଏହା ସହ ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାଲେଶ୍ୱରରେ ୪୬ ଡିଗ୍ରୀ ଛୁଇଁଲା ତାପମାତ୍ରା। ଯାହା ଚଳିତବର୍ଷର ସର୍ବାଧିକ ତାପମାତ୍ରା ଭାବେ ରେକର୍ଡ ହୋଇଛି।