ଭାରତୀୟ ନୌସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଦିନେଶ ତ୍ରିପାଠୀ

ଓଏଲ୍ ବ୍ୟୁରୋ: ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କୁ ନୂଆ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଆଜିଠୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ନୌସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବରେ କାର୍ଯ୍ୟ କରିଥିଲେ।
୧୯୬୪ ମସିହା ମଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଭାଇସ୍ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ୧୯୮୫ ମସିହା ଜୁଲାଇ ୧ ତାରିଖରେ ଭାରତୀୟ ନୌସେନାର କାର୍ଯ୍ୟ ନିର୍ବାହୀ ଶାଖାରେ ଯୋଗ ଦେଇଥିଲେ। ଜଣେ ଯୋଗାଯୋଗ ଏବଂ ବୈଦ୍ୟୁତିକ ଯୁଦ୍ଧ ବିଶେଷଜ୍ଞ, ସେ ପାଖାପାଖି ୩୯ ବର୍ଷ ଧରି ଦୀର୍ଘ ଏବଂ ବିଶିଷ୍ଟ ସେବା କରିଛନ୍ତି। ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବରେ କାର୍ଯ୍ୟ କରିଥିଲେ।
ଜଣେ ରିୟର ଆଡମିରାଲ ଭାବରେ, ସେ ସହକାରୀ ନୌସେନା ମୁଖ୍ୟ (ନୀତି ଏବଂ ଯୋଜନା) ଏବଂ ଫ୍ଲାଗ ଅଫିସର କମାଣ୍ଡିଂ ଇଷ୍ଟର୍ଣ୍ଣ ଫ୍ଲିଟ୍ ଭାବରେ କାର୍ଯ୍ୟ କରିଛନ୍ତି। ଭାଇସ୍ ଆଡମିରାଲ ପାହ୍ୟାରେ ସେ ସମ୍ମାନଜନକ ଭାରତୀୟ ନୌସେନା ଏକାଡେମୀ, ଏଜିମାଲାର କମାଣ୍ଡାଣ୍ଟ, ନୌସେନା ଅପରେସନ୍ ମହାନିର୍ଦ୍ଦେଶକ; ପଶ୍ଚିମ ନୌସେନା କମାଣ୍ଡର ଚିଫ୍ ଅଫ୍ ପର୍ସନାଲ୍ ଏବଂ ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବରେ କାର୍ଯ୍ୟ କରିଛନ୍ତି।
ସୈନିକ ସ୍କୁଲ, ରେୱା ଏବଂ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଖଡ଼କୱାସଲାର ପୂର୍ବତନ ଛାତ୍ର ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ୱେଲିଂଟନର ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ, ନାଭାଲ ହାୟର କମାଣ୍ଡ କୋର୍ସ, କରଞ୍ଜା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନାଭାଲ ୱାର କଲେଜରେ ନାଭାଲ କମାଣ୍ଡ କଲେଜରୁ ପାଠ୍ୟକ୍ରମ କରିଛନ୍ତି। ତେବେ ଆଜି ଦିଲ୍ଲୀର ଦକ୍ଷିଣ ବ୍ଲକରେ ନୌସେନା ମୁଖ୍ୟ ଭାବେ ଆଡମିରାଲ ଦୀନେଶ ତ୍ରିପାଠୀ ଗାର୍ଡ ଅଫ୍ ଅନର ଗ୍ରହଣ କରିଥିଲେ। ତେବେ ଆଜିଠୁ ଭାରତୀୟ ନୌସେନାର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।